ସଂସଦରେ ଅଧିବେସନ ପୂର୍ବରୁ ୧୭ ସାଂସଦଙ୍କୁ କରୋନା

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେସନ ଆରମ୍ଭ ହେବା ପୂର୍ବରୁ ସମସ୍ତ ସାଂସଦଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୧୭ ଜଣ ସାଂସଦ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ୧୭ଜଣଙ୍କ ମଧ୍ୟରେ ସୁଖବୀର ସିଂହ, ହନୁମାନ ବେନୀବାଲ, ମୀନାକ୍ଷୀ ଲେଖୀ, ସୁକାନ୍ତା ମଜୁମଦାର, ଅନନ୍ତ ହେଗଡ଼େ, ଜୀ ମାଧବୀ, ପ୍ରତାପ ରାଓ ଯାଦବ, ଜନାର୍ଦ୍ଦନ ସିଂ ସିଗ୍ରୀବାଲ, ବିଦ୍ୟୁତ ବରନ ମହତୋ, ପ୍ରଘାନ ବରୁଆ, ଏନ ରେଡ଼େପ୍ପା, ସେଲଭମ ଜୀ, ପ୍ରତାପ ରାଓ ପାଟିଲ, ରାମଶଙ୍କର କଠେରିୟା, ପ୍ରବେଶ ସାହେବ ସିଂହ, ସତ୍ୟପାଲ ସିଂ ଓ ରୋଡମାଲ ନାଗର ରହିଛନ୍ତି।

ସୂଚନାଯୋଗ୍ୟ, କରୋନା ଗାଇଡ଼ଲାଇନ ପାଳନ କରି ଆଜି ସଂସଦରେ ମୌସୁମୀ ଅଧିବେସନ ଆରମ୍ଭ ହୋଇଛି। ଏଥିସହିତ ପ୍ରଥମଥର ପାଇଁ ଲୋକସଭା ସଦସ୍ୟ ରାଜ୍ୟସଭାରେ ବସି ଅଧିବେସନରେ ସାମିଲ ହୋଇଛନ୍ତି।