ଅମେଜନ ଏଲେକ୍ସାରେ ପ୍ରଥମ ଭାରତୀୟ ଭାବେ ସ୍ୱରର ଯାଦୁ ଦେଖାଇବେ ବିଗ୍ ବି

ନୂଆଦିଲ୍ଲୀ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବେ ଏକ ନୂଆ ରୂପରେ ନଜର ଆସିବାକୁ ଯାଉଛନ୍ତି। ଅମିତାଭ ପ୍ରଥମ ଭାରତୀୟ ଭାବେ ଅମେଜନ ଏଲେକ୍ସାରେ ନିଜ ସ୍ୱର ଦେବାକୁ ଯାଉଛନ୍ତି। ଏଥିରେ ବିଗ୍ ବିଙ୍କ କୌତୁକିଆ କଥା ସହ ପାଣିପାଗ ଖବର ଓ କବିତା ଦର୍ଶକ ଶୁଣିପାରିବେ। ଅମେଜନ ନିଜର ଏହି ନୂଆ ଯୋଜନା ପାଇଁ ଅମିତାଭଙ୍କ ସହ ଚୁକ୍ତି କରିିଛି।

ସୂଚନାଯୋଗ୍ୟ, ଏହାର ନାମ ‘ବଚ୍ଚନ ଏଲେକ୍ସା’ ରଖାଯାଇଛି ଯାହାକି ଆଗାମୀ ବର୍ଷଠାରୁ ଆରମ୍ଭ ହେବ। ଏହାକୁ ନେଇ ଅମିତାଭ ବଚ୍ଚନ କହିଛନ୍ତି ଯେ, ‘ଏଥିରେ ସ୍ୱର ଦେବାକୁ ନେଇ ମୁଁ ଖୁବ୍ ଉତ୍ସାହିତ ଅଛି। ଏହି ଭଏସ୍ ଟେକ୍ନୋଲୋଜୀ ଦ୍ୱାରା ମୁଁ ଅଧିକ ଦର୍ଶକଙ୍କ ସହ ଯୋଡ଼ି ହୋଇପାରିବି।’