ସାମ୍ନାକୁ ଆସିଲା ଗୋ ଚାଲାଣର ବିରାଟ ରାକେଟ, କଣ୍ଟିଲୋରୁ ୧୦ ଗାଡ଼ି ଜବତ

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଓ ଆଖପାଖ ଜିଲ୍ଲାରେ ଗୋଚାଲାଣର ବିରାଟ ରାକେଟ କାମ କରୁଥିବା ଘଟଣା ଆଜି ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଖଣ୍ଡପଡ଼ା ଥାନା କଣ୍ଟିଲୋ ଫାଣ୍ଡି ପୁଲିସ ୭ଟି କଣ୍ଟେନର ସମେତ ୧୦ଟି ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ମାଫିଆ ଏବଂ ଅନେକ ଡ୍ରାଇଭର ଖସିଯାଇଥିବା ବେଳେ କଣ୍ଟିଲୋ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ପରେ ପୁଲିସ ବଡ଼ ବାଣପୁର ଅଞ୍ଚଳରେ ଥିବା ବାରଖୋଲ ଜଙ୍ଗଲରୁ ଗୋରୁ ବୋଝେଇ ଅବସ୍ଥାରେ ୧୦ ଗାଡ଼ି ଜବତ କରିଛି। ଏଥିରୁ ୮୮ଟି ଗୋରୁଙ୍କୁ ଉଦ୍ଧାର କରାଯାଇ ଗୋ ଶାଳାକୁ ପଠାଯାଇଥିବା ଜଣାପଡ଼ିଛି।