ଗତ ୨୪ ଘଣ୍ଟାରେ ୧୬,୫୦୫ ଜଣ ଆକ୍ରାନ୍ତ ଚିହ୍ନଟ; ୨୦୧ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କମୁଛି କରୋନା ପ୍ରକୋପ। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -୧୯ରେ ୧୬ ହଜାର ୫୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୫୬ ହଜାର ୮୪୫ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୦୧ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ତେଣୁ କରୋନା ଯୋଗୁଁ ସମୁଦାୟ ୧ ଲକ୍ଷ ୪୯ ହଜାର ୮୫୦ ଜଣ ଲୋକ ପ୍ରାଣ ହରାଇ ସାରିଲେଣି। ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୩୨ ହାଜର ୩୬ ଛୁଇଁଛି। ସେହିପରି କରୋନା ସଂକ୍ରମଣ ସୁସ୍ଥଙ୍କ ସଂଖ୍ୟା ଦେଶରେ ୯୯ ଲକ୍ଷ ୭୫ ହଜାର ୯୫୮କୁ ବୃଦ୍ଧି ପାଇଛି।