ରାଜକବି ସଚ୍ଚିତାନନ୍ଦ ତ୍ରିଭୁବନଦେବଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ

ଦେବଗଡ଼,ଏନ୍ଏନ୍ଏସ୍: ଅଗ୍ରଣୀ ନାଟ୍ୟ ସଂସ୍ଥା ‘ନବନାଟ୍ୟ ନିକେତନ’ ପକ୍ଷରୁ ଆଜି ରାଜକବି ସଚ୍ଚିତାନନ୍ଦ ତ୍ରିଭୁବନଦେବଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ନବନାଟ୍ୟ ନିକେତନ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ତ୍ରିଭୁବନ ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

କୋଭିଡ କଟକଣା କାରଣରୁ ଚଳିତ ବର୍ଷ ସଚ୍ଚିତାନନ୍ଦ ତ୍ରିଭୁବନଦେବଙ୍କ ପବିତ୍ର ଜନ୍ମ ଜୟନ୍ତୀ ନିରାଡମ୍ବର ଭାବେ ପାଳନ କରାଯିବା ସହ ପୁଷ୍ପମାଲ୍ୟ ଅର୍ପଣ ମଧ୍ୟରେ ସୀମିତ ରହିଥିଲା। ‘ନବନାଟ୍ୟ ନିକେତନ’ ସଭାପତି ହେମନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ଦ୍ୱିବେଦୀ, ପ୍ରିଶୀଲା ସୁଷମା ମିଞ୍ଜ, ଅଞ୍ଜନା ନାଏକ ଓ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।