ଅନଲାଇନ ଟିକେଟରେ ନନ୍ଦନକାନନ ପ୍ରବେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନନ୍ଦନକାନନ ପାଇଁ କର୍ତ୍ତୃପକ୍ଷଙ୍କ ତରଫରୁ ସାନି ଗାଇଡଲାଇନ ଜାରି କରାଯାଇଛି। ଏଣିକି ନନ୍ଦନକାନରେ ପ୍ରବେଶ ପାଇଁ ଅନଲାଇନ ଟିକେଟ କାଟିବାକୁ ପଡ଼ିବ। ଉଭୟ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ପାଇଁ ମଧ୍ୟ ଅନଲାଇନ ଟିକେଟ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ କାଲିଠାରୁ ନନ୍ଦନକାନନ ଟିକେଟ କାଉଣ୍ଟରରେ  ଟିକେଟ ମିଳିବନି ବୋଲି ସୂଚନା ମିଳିଛି।