ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ ମହାମାରୀର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କଟକ ମହାନଗର ନିଗମକୁ ୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାଶିକୁ ମଞ୍ଜୁର କରିଛନ୍ତି। ଏହା ପୂର୍ବରୁ କଟକ ମହାନଗର ନିଗମକୁ କୋଭିଡ ପରିଚାଳନା ପାଇଁ ୨୬ କୋଟି ୭୧ ଲକ୍ଷ ୧୯ ହଜାର ୧୪୪ ଟଙ୍କା ପ୍ରଦାନ କରାଯାଇଥିଲା। ଏହାକୁ ମିଶାଇ ମୋଟ କଟକୁ କୋଭିଡ ପରିଚାଳନା ପାଇଁ ୪୧ କୋଟି ୭୧ ଲକ୍ଷ ୧୯ ହଜାର ୧୪୪ ଟଙ୍କା ଦିଆଯାଇଥିବା ଜଣାପଡ଼ିଛି।