ବୁଲା ଜୀବଜନ୍ତୁଙ୍କ ଆହାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୬୭.୫୨ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ମୁଖ୍ୟମନ୍ତ୍ରୀ ସହରାଞ୍ଚଳର ବୁଲା ଜୀବଜନ୍ତୁଙ୍କ ଆହାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୬୭.୫୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ରାଶିରେ ଲକଡାଉନ ସମୟରେ ବୁଲା ଜୀବଜନ୍ତୁଙ୍କୁ ଆହାର ଦିଆଯିବ। ଏହା ପୂର୍ବରୁ ବିଏମସି ପ୍ରତିଦିନ ୨୦ ହଜାର ଟଙ୍କା ଓ ଅନ୍ୟ ୪ଟି ମହାନଗର ନିଗମରେ ଦିନକୁ ୧୦ ହଜାର ଟଙ୍କା ଲେଖାଏଁ ବୁଲା ଜୀବଜନ୍ତୁଙ୍କ ଖାଦ୍ୟ ପାଇଁ ଖର୍ଚ୍ଚ କରାଯାଉଛି। ସେହିପରି ୪୮ଟି ମହାନଗର ନିଗମରେ ଦୈନିକ ୫ ହଜାର ଟଙ୍କା ଲେଖାଏଁ ଓ ୬୧ଟି ବିଜ୍ଞାପିତ ଅଞ୍ଚଳରେ ଦୈନିକ ୨ ହଜାର ଟଙ୍କା ଲେଖାଏଁ ଏହି ବାବଦରେ ବ୍ୟୟ ହେଉଛି।

ଏଠାରେ ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ୧ କୋଟି ୧୩ ଲକ୍ଷ ୯୪ ହଜାର ଟଙ୍କା ମଞ୍ଜୁର କରିଥିଲେ।