ଦେଶରେ ଦିନକରେ ଆଉ ୧୪,୫୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୮,୦୦୨ ସୁସ୍ଥ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୂତାଣୁ ନିୟନ୍ତ୍ରଣକୁ ଆସିଥିବା ବେଳେ ଦୈନିକ ସଂକ୍ରମିତଙ୍କ ଠାରୁ ଆରୋଗ୍ୟ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି। ଗୋଟିଏ ଦିନରେ ଦେଶରେ ୧୮,୦୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୪,୫୪୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୩ ଜଣ କରୋନା ସଂକ୍ରମିତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥିସହିତ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୦୩୨କୁ ବୃଦ୍ଧି ପାଇଛି। ଫଳରେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ୧.୪୪ ପ୍ରତିଶତ ରହିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନା ସଂକ୍ରମଣ ୧ କୋଟି ୬ ଲକ୍ଷ ୨୫ ହଜାର ୪୨୮କୁ ବୃଦ୍ଧି ପାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୬୮୮ ରହିଛି। ସେହିପରି ଆଜିସୁଦ୍ଧା ମୋଟ ୧ କୋଟି ୨ ଲକ୍ଷ ୮୩ ହଜାର ୭୦୮ ଜଣ ଏହି ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି।