ନନ୍ଦୀଗ୍ରାମରେ ଲାଗିଲା ୧୪୪ ଧାରା, ହେଲିକପ୍ଟରରେ ପାଟ୍ରୋଲିଂ

କୋଲକାତା, ଏଜେନ୍ସି: ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲା ନନ୍ଦୀଗ୍ରାମ ବିଧାନସଭା କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ମତଦାନ ଥିବାବେଳେ ଆଜି ୧୪୪ ଧାରା ଜାରି କରାଯାଇଛି। ବିଧାନସଭା କ୍ଷେତ୍ରରେ ହେଲିକପ୍ଟରରେ ସାହାଯ୍ୟରେ ପାଟ୍ରୋଲିଂ ହେଉଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଯେଉଁମାନେ ନନ୍ଦୀଗ୍ରାମର ମତଦାତା ନୁହଁନ୍ତି ସେମାନଙ୍କୁ ସେଠାକୁ ପ୍ରବେଶ କରିବା ଉପରେ ରୋକ୍ ଲଗାଯାଇଛି।ଗୋଟିଏ ସ୍ଥାନରେ ୫ କିମ୍ବା ଅଧିକ ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧ ଲଗାଯାଇଛି। ନନ୍ଦୀଗ୍ରାମ ସମ୍ବେଦନଶୀଳ ନିର୍ବାଚନ କ୍ଷେତ୍ର ହୋଇଥିବା ବେଳେ ଏଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପିର ହେଭିୱେଟ୍ ଶୁଭେନ୍ଦୁ ଅଧକାରୀ ଲଛୁଛନ୍ତି। ଏଠାରେ୨୨ ପ୍ଲାଟୁନ କେନ୍ଦ୍ରୀୟ ପୁଲିସ ଫୋର୍ସ ମୁତୟନ କରାଯାଇଛି। ନନ୍ଦୀଗ୍ରାମ ପ୍ରବେଶ ପୂର୍ବରୁ ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି। ବାହାରର ଗାଡ଼ିକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନାହିଁ।