ହ୍ରାସ ପାଇଲା ଗ୍ୟାସ୍ ସିଲିଣ୍ଡର ମୂଲ୍ୟ, ପଢ଼ନ୍ତୁ କେତେ ଟଙ୍କା କମିଲା

ନୂଆଦିଲ୍ଲୀ, ଏଜେନ୍ସି: ହ୍ରାସ ପାଇଲା ରୋଷେଇ ଗ୍ୟାସର ମୂଲ୍ୟ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍ (ଆଇଓସିଏଲ) ବୁଧବାର ଏହି ସୂଚନା ଦେଇଛନ୍ତି। ପ୍ରତି ସିଲିଣ୍ଡର ପିଛା ୧୦ ଟଙ୍କା ହ୍ରାସ ହୋଇଥିବା ଜଣାପଡ଼ିଛି। ଏହି ନୂଆ ଦର ସାରା ଦେଶରେ ୧ ଏପ୍ରିଲରୁ ଲାଗୁ ହେବ ବୋଲି ଆଇଓସିଏଲ ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ, ତୈଳ କମ୍ପାନୀମାନେ ଗତ ଫେବୃଆରୀ ମାସରୁ ଦେଶରେ ଏଲପିଜି ଦର ବୃଦ୍ଧି କରିଥିଲେ। ଫଳରେ ଦେଶରେ ଜନ ଅସନ୍ତୋଷର ମୁଣ୍ଡ ଟେକିଥିଲା। ତୈଳ କମ୍ପାନୀମାନେ ମାସ ଶେଷ ହେବା ପୂର୍ବରୁ ଦର ସୁଧାର କରିଛନ୍ତି। ତେବେ ଏଲପିଜିର ପ୍ରତି ସିଲିଣ୍ଡରରେ ଏବେ ଗ୍ରାହକମାନେ ୧୦ ଟଙ୍କା ସଞ୍ଚୟ କରିପାରିବେ।