ଓରକେଲ ପୁଲିସ ଦ୍ୱାରା ୧୪୦ କିଲୋ ଗଞ୍ଜେଇ ଜବତ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ଥାନା ପୁଲିସ ଦ୍ୱାରା ୧୪୦ କିଲୋ ଗଞ୍ଜେଇ ଜବତ ହୋଇଛି। ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ମିନିଟରେ ବାଲିମେଳା-ଜୟପୁର ମୁଖ୍ୟ ରାସ୍ତାର ଗୁମ୍ଫା ଛକ ନିକଟସ୍ଥ ସୁନାନାଗର ଘାଟିଠାରେ ଏଏସଆଇ ସୁଶୀଲ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଦୃତ ଗତିରେ ଏକ ଗାଡି ଆସୁଥିବା ଦେଖି ଅଟକାଇଥିଲେ। ଯାଞ୍ଚ ପରେ ଉକ୍ତ ଗାଡ଼ିରୁ ୭ଟି ପ୍ୟାକେଟରେ ୧୪୦ କିଲୋ ୩୫୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗାଡ଼ିଟି ଫୋର୍ଡ କମ୍ପାନୀର ଡବ୍ଲୁବି-୨୦ଜି-୩୯୪୦।

ସେହିପରି ଗିରଫ ହୋଥିବା ଅଭିଯୁକ୍ତ ଜଣଙ୍କ ମାଲକାନଗିରି ଜିଲ୍ଲା ଏମଭି ୧୧୪ ଗ୍ରାମର ଭୀମା ମଣ୍ଡଳ। ସେ ଏହି ଗଞ୍ଜେଇକୁ ଚିତ୍ରକୋଣ୍ଡାରୁ କୋଲକାତା ନେଇ ଯାଉଥିବା ତଦନ୍ତକାରୀ ଅଧିକାରୀ କୃଷ୍ଣା କୁମାରୀ ପ୍ରଧାନ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷ ୮୦ହଜାର ହେବ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତକୁ କେସ୍ ନଂ-୧୪/୨୦ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜଗ୍ଗଦୀଶ ବାରା ସୂଚନା ଦେଇଛନ୍ତି।