୧୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ସହରସ୍ଥିତ ବନ୍ତ ଛକ ଠାରେ ଜଣେ ଯୁବକ ବ୍ରାଉନସୁଗାର ଧରି ଚାଲାଣ କରିବା ପାଇଁ ଏକ ସ୍ଥାନରେ ଛିଡା ହୋଇଥିଲା। କଟକସ୍ଥିତ ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଟିମ ତାକୁ କାବୁ କରିଛି। ସମ୍ପୃକ୍ତ ଯୁବକ ଠାରୁ ୧୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବାବେଳେ ତାକୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ।

ଗିରଫ ଯୁବକର ନାମ ଗଣେଶ ପଣ୍ଡା ବୋଲି ସୂଚନା ମିଳିଛି। ତା’ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଂଜି ଗ୍ରାମରେ ବୋଲି ଜଣାପଡିଛି। ଏନେଇ କଟକସ୍ଥିତ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।