ପୁଣି ୧୪ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୧୫

ବାରିପଦା,ଏନ୍ଏନ୍ଏସ୍: ଆଜି ମୟୂରଭଞ୍ଜ ଜିଲ୍ଲାରୁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮ ଜଣ ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀ ହୋଇଥିବା ବେଳେ ଖୁଣ୍ଟା ବ୍ଲକ ଅଞ୍ଚଳ ଲୋକାଲ କଣ୍ଟାକ୍ଟରୁ ୨ ଜଣ, ଭୁବନେଶ୍ୱରରୁ ବାରିପଦା ପୌରପରିଷଦର ଜଣେ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହୋଇଛନ୍ତି। ସେହିପରି ବଡ଼ସାହି ବ୍ଲକ ଅଞ୍ଚଳରୁ ୨ ଜଣ ଏବଂ ଉଦଳା ବ୍ଲକ ଅଞ୍ଚଳରୁ ଜଣକୁ ମିଶାଇ ମୋଟ ୩ ଜଣ କରୋନା ଯୁଦ୍ଧାଙ୍କ ରିପୋର୍ଟ ପଜିଟିଭ ରହିଛି। ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ମୟୂରଭ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଜି ଜିଲ୍ଲାରେ ୧୫ ଜଣ ସୁସ୍ଥ ହୋଇ ଫେରିଛନ୍ତି। ତେବେ ଆଜିର ୧୪ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୮୧ରେ ପହଁଞ୍ଚି ଥିବା ସମୟରେ ସକ୍ରିୟ ସଂଖ୍ୟା ୭୮, ସୁସ୍ଥ ସଂଖ୍ୟା- ୨୦୧ ଥିବାର ଜଣାପଡ଼ିଛି।