ପିଏମ ମୋଦୀ: ଏଣିକି ପ୍ରତିବର୍ଷ ୧୪ ଅଗଷ୍ଟରେ ପାଳନ ହେବ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’

ନୂଆଦିଲ୍ଲୀ,ଏଜେନ୍ସି: ଏଣିକି ପ୍ରତିବର୍ଷ ଅଗଷ୍ଟ ୧୫ ପୂର୍ବଦିନ ଅର୍ଥାତ୍ ୧୪ ତାରିଖରେ ପାଳନ ହେବ ବିଭାଜନ ବିଭୀଷିକା ସ୍ମୃତି ଦିବସ। ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସାରା ଦେଶବାସୀଙ୍କୁ ପାଳିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହିଦିନ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଭଉଣୀଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା।

ତାଙ୍କ ବଳିଦାନକୁ ସ୍ମରଣ କରି ୧୪ ଅଗଷ୍ଟରେ ‘ବିଭାଜନ ବିଭିଷୀକା ସ୍ମୃତି ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ ଲେଖିଛନ୍ତି, “ଦେଶ ବିଭାଜନର ଯନ୍ତ୍ରଣା କେବେ ବି ଭୁଲିପାରିବ ନାହିଁ। ଏହି ଦିନରେ ପାକିସ୍ତାନ ଏବଂ ୧୫ ଅଗଷ୍ଟ ୧୯୪୭ ରେ ଭାରତକୁ ପୃଥକ ରାଷ୍ଟ୍ର ଭାବରେ ଘୋଷଣା କରାଯାଇଥିଲା।

ଏହି ବିଭାଜନରେ କେବଳ ଭାରତୀୟ ଉପ-ମହାଦେଶକୁ ଦୁଇ ଭାଗରେ ବିଭକ୍ତ କରାଯାଇ ନାହିଁ। ବରଂ ବଙ୍ଗଳା ମଧ୍ୟ ବିଭାଜିତ ହୋଇଥିଲା ଏବଂ ବଙ୍ଗଳାର ପୂର୍ବ ଭାଗ ଭାରତଠାରୁ ଅଲଗା ହୋଇ ପୂର୍ବ ପାକିସ୍ଥାନ ଗଠନ କରିଥିଲା। ଯାହା ୧୯୭୧ ଯୁଦ୍ଧ ପରେ ବାଂଲାଦେଶରେ ପରିଣତ ହୋଇଥିଲା।