କୌଣସି ପ୍ରକାର ବୁଝାବଣା ମୁଁ ଚାହେଁନି, ଥାପଡ଼୍ ଗାର୍ଲକୁ ଜେଲ ପଠାଇବି: କ୍ୟାବ୍ ଡ଼୍ରାଇଭର

ଲଖନଉ,ଏଜେନ୍ସି: ଉତ୍ତରପ୍ରଦେଶ ରାଜଧାନୀ ଲଖନଉରେ ବିନା କାରଣରେ ଜଣେ ଯୁବତୀ ଏକ କ୍ୟାବ ଡ୍ରାଇଭରକୁ ମାରିବା ଘଟଣା ଥମିବାର ନାଁ ନେଉନାହିଁ। ସୋସିଆଲ ମିଡ଼ିଆରେ ସେହି ଯୁବତୀ ଏବେ ଥାପଡ଼ ଗାର୍ଲ ନାଁରେ ଚର୍ଚ୍ଚାରେ ରହିଛନ୍ତି।

ଗତକିଛି ଦିନ ତଳେ ସେହି ଥାପଡ଼ ଗାର୍ଲ ନିଜ ଭୁଲ ବୁଝି କ୍ଷମା ମାଗିଥିବା ବେଳେ ଏବେ ସେହି କ୍ୟାବ୍ ଡ୍ରାଇଭର ସହାଦତ ଅଲ୍ଲୀ କିନ୍ତୁ ଏଥିରେ ସନ୍ତୁଷ୍ଟ ନାହାନ୍ତି। ସେ କହିଛନ୍ତି ଯଦି ସେହି ଯୁବତୀଙ୍କୁ ଗିରଫ ନ କରାଯାଏ ତେବେ ସେ ହାଇକୋର୍ଟର ଦ୍ୱାରସ୍ଥ ହେବେ। ଥାପଡ଼ ଗାର୍ଲ ପ୍ରିୟଦର୍ଶିନୀ ଯାଦବ ଏହି ଘଟଣାରେ ଆପୋଷ ବୁଝାବଣା କରିବାକୁ ଚାହୁଁଥିବା ବେଳେ କ୍ୟାବ୍ ଡ୍ରାଇଭର କିନ୍ତୁ ଏହି ସର୍ତ୍ତରେ ରାଜି ନାହାନ୍ତି। ତାଙ୍କର କହିବା କଥା ହେଉଛି ଯୁବତୀ ଭୁଲ କରିଛନ୍ତି ମାନେ ତାଙ୍କୁ ଏହାର ଦଣ୍ଡ ନିଶ୍ଚିତ ଭୋଗିବାକୁ ପଡ଼ିବ। ସେହି ଯୁବତୀଙ୍କ କାରଣକୁ ତାଙ୍କ ଇଜ୍ଜତ୍‌ରେ ଆଘାତ ହୋଇଛି ଏବଂ ସମାଜରେ ସମ୍ମାନ କ୍ଷୂର୍ଣ୍ଣ ହୋଇଛି। ତେଣୁ ତାକୁ ଦଣ୍ଡ ଭୋଗିବାକୁ ପଡ଼ିବ।

କେବଳ ଏତିକି ନୁହେଁ ସହାଦତ ଅଲ୍ଲୀ ପୁଲିସ ଉପରେ ମଧ୍ୟ ଆରୋପ ଲଗାଇଛନ୍ତି ଯେ, ପୁଲିସ ଥାପର୍ଡ଼ ଗାର୍ଲଙ୍କ ସହ ମିଶି ମୁଁ ଦେଇଥିବା ଅଭିଯୋଗକୁ ଅଣଦେଖା କରୁଛି ଯଦି ଏହି କାମ ମୁଁ କରିଥାନ୍ତି ତେବେ ପୁଲିସ କେବେ ଠାରୁ ମତେ ବାନ୍ଧି ଜେଲରେ ଭର୍ତ୍ତି କରି ସାରନ୍ତାଣି ବୋଲି ସେ କହିଛନ୍ତି।