ସୋସିଆଲ ମିଡିଆରେ ତାଲିବାନକୁ ସମର୍ଥନ ଜଣାଇ ୧୪ ଗିରଫ

ଗୁଆହାଟୀ,ଏଜେନ୍ସି: ସୋସିଆଲ ମିଡିଆରେ ତାଲିବାନକୁ ସମର୍ଥନ ଜଣାଇଥିବା କାରଣରୁ ଆସାମ ପୁଲିସ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରୁ ୧୪ ଜଣଙ୍କୁ ଗିରଫ କରିଛି। ଆଇଟି ଓ ସିଆରପିସି ଆଇନର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୋସିଆଲ ମିଡିଆରେ ତାଲିବାନ ସପକ୍ଷବାଦୀ ମନ୍ତବ୍ୟ ଦେବା ଜାତୀୟ ସୁରକ୍ଷା ପ୍ରତି ବିପଦପୂର୍ଣ୍ଣ ହୋଇଥିବାରୁ ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।