ଇସଲାମାବାଦ,ଏଜେନ୍ସି: ପାକିସ୍ତାନର କ୍ୱେଟା ପ୍ରଦେଶ ଅନ୍ତର୍ଗତ ଗଦ୍ଦର ସହରରେ ଶନିବାର ଏକ ଆତ୍ମଘାତୀ ବିସ୍ଫୋରଣ ଘଟି ୨ ଜଣ ଶିଶୁ ପ୍ରାଣ ହରାଇଥିବାବେଳେ ଜଣେ ଚୀନ୍ ନାଗରିକ ଆହତ ହୋଇଛନ୍ତି। ବନ୍ଦର ସହର ଗଦ୍ଦରରେ ଚୀନ୍ ପକ୍ଷରୁ ଏକ ପ୍ରକଳ୍ପ ନିର୍ମିତ ହେଉଛି। ଚୀନ୍ ଶ୍ରମିକମାନେ କାର୍ଯ୍ୟସାରି ସେଠାରୁ ଫେରୁଥିବାବେଳେ ସେମାନଙ୍କୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଥିଲା। ତେବେ ଲକ୍ଷ୍ୟଭ୍ରଷ୍ଟ ହେବାରୁ ବିସ୍ଫୋରଣରେ ରାସ୍ତାକଡରେ ଖେଳୁଥିବା ୨ ଶିଶୁଙ୍କର ମୃତ୍ୟୁ ଘଟିଛି।