ସ୍ବାଧୀନତା ଦିବସ: ୧୩୮୦ ପୁଲିସ ଅଧିକାରୀଙ୍କୁ ମିଳିବ ସାହାସିକତା ମେଡାଲ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ସାରା ଦେଶ ପାଳୁଛି ୭୫ ତମ ସ୍ୱାଧୀନତା ଦିବସ। ଏହି ଅବସରରେ ୧,୩୮୦ ପୁଲିସ ଅଧିକାରୀଙ୍କୁ ସାହାସିକତା ମେଡାଲ ପ୍ରଦାନ କରାଯିବ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଏମାନଙ୍କ ମଧ୍ୟରୁ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ଗ୍ୟାଲେଣ୍ଟାରି ପାଇଁ ରାଷ୍ଟପତି ପୁଲିସ ମେଡାଲ ପ୍ରଦାନ କରାଯିବ। ୬୨୮ଜଣ ପୁଲିସ ଅଧିକାରୀଙ୍କୁ ଗ୍ୟାଲେଣ୍ଟାରି ପାଇଁ ପୋଲିସ ମେଡାଲ ପ୍ରଦାନ କରାଯିବ। ୮୮ଜଣଙ୍କୁ ଦେଶ ପ୍ରତି ଭିନ୍ନ ସେବା ପାଇଁ ମେଡାଲ ପ୍ରଦାନ କରାଯିବ। ଏହା ସହିତ ୬୬୨ ଜଣଙ୍କୁ ସମ୍ମାନଜନକ ସେବା ପାଇଁ ପିପିଏମଜି ପୁରସ୍କାର ପ୍ରଦାନ କରାଯିବ। ଜମ୍ମୁ କଶ୍ମୀରରୁ ୨୫୬ ଜଣ ପୁଲିସ ଅଧିକାରୀଙ୍କୁ ଗ୍ୟାଲେଣ୍ଟାରି ପୁରସ୍କାର ପ୍ରଦାନ କରାଯିବ। ୧୫୧ ଜଣ ସିଆରପିଏଫ ଯବାନ, ୨୩ ଆଇଟିବିପି ଜବାନ ଏବଂ ୬୭ ଓଡିଶା ପୁଲିସ, ୨୫ ମହାରାଷ୍ଟ୍ର ଓ ୨୦ ଛତିଶଗଡ଼ ପୁଲିସଙ୍କୁ ପୁରସ୍କାର ପ୍ରଦାନ କରାଯିବ।