ଦେଶରେ ଚିହ୍ନଟ ହେଲେ ୧୩,୭୪୨ ନୂଆ କରୋନା ଆକ୍ରାନ୍ତ, ୧୦୪ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ପୁଣି ଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏନେଇ ଅନେକ ସ୍ଥାନରେ ଲକଡାଉନ ଆରମ୍ଭ ହେଲାଣି। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟାରେ ଦେଶରୁ ୧୩,୭୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୧୦୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୪,୦୩୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୩୦ ହଜାର ୧୭୬ରେ ପହଞ୍ଚିଛି। ସେଥିରୁ ୧ କୋଟି ୭ ଲକ୍ଷ ୨୬ ହଜାର ୭୦୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧ ଲକ୍ଷ ୫୬ ହଜାର ୫୬୭ ଜଣଙ୍କ ମୃତ୍ୟୁ ହୋଇସାରିଛି। ଆଉ ୧ ଲକ୍ଷ ୪୬ ହାଜର ୯୦୭ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏଥିସହିତ ରାଜ୍ୟରେ ୧ କୋଟି ୨୧ ଲକ୍ଷ ୬୫ ହଜାର ୫୯୮ ଜଣ କରୋନା ଟିକା ନେଇସାରିଥିବା ଜଣାପଡ଼ିଛି।