ନାଇଜେରିଆରେ ୧୩୬ ସ୍କୁଲ ଛାତ୍ର ଅପହୃତ

ଆବୁଜା,ଏଜେନ୍ସି: କେତେକ ବନ୍ଧୁକଧାରୀ ଆଫ୍ରିକୀୟ ରାଷ୍ଟ୍ର ନାଇଜେରିଆର ଟେଗିନା ପ୍ରଦେଶରେ ଥିବା ଆବାସିକ ଇସ୍‌ଲାମିକ ସ୍କୁଲର ୧୩୬ ଜଣ ଛାତ୍ରଙ୍କୁ ଗତ ସୋମବାର ଅପହରଣ କରିନେଇଥିବା ଜଣାପଡିଛି। ଏହାକୁ ମିଶାଇ ଗତ ଡିସେମ୍ବରରୁ ପ୍ରାୟ ୭୦୦ ସ୍କୁଲ ଛାତ୍ରଙ୍କୁ ଅପହରଣ କରାଯାଇସାରିଲାଣି। ପୁଲିସର ସମସ୍ତ ଉଦ୍ୟମ ସତ୍ତ୍ୱେ ଏପର୍ଯ୍ୟନ୍ତ ଅପହର୍ତ୍ତାଙ୍କୁ ଠାବ କରିବା ସମ୍ଭବ ହୋଇପାରିନାହିଁ।