ଏୟାର ମାର୍ଶାଲ ବିବେକ ରାମ ବାୟୁସେନା ଉପମୁଖ୍ୟ

ନୂଆଦିଲ୍ଲୀ,ଏଜେନ୍ସି: ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀଙ୍କୁ ଭାରତୀୟ ବାୟୁସେନାର ନୂତନ ଉପମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏନ୍‌ଡିଏକୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ବିବେକ ୧୯୮୨ରେ ବାୟୁସେନାରେ ଫାଇଟର ପାଇଲଟ୍‌ ଭାବେ ଯୋଗଦେଇଥିଲେ। ୩୮ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ମିଗ୍‌-୨୧, ମିଗ୍‌-୨୩, ମିଗ୍‌-୨୯ ଓ ସୁଖୋଇ ଏମ୍‌କେଆଇ-୩୦ ଭଳି ଯୁଦ୍ଧ ବିମାନକୁ ପ୍ରାୟ ୩୮୦୦ ଘଣ୍ଟା ଉଡାଇଥିବାର ଅଭିଜ୍ଞତା ହାସଲ କରିଛନ୍ତି।