ଦୀର୍ଘ ୧୩ ବର୍ଷ ପରେ ଆରପିଏଫ ହାତରେ ଧରାପଡ଼ିଲା ଚୋର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦୀର୍ଘ ୧୩ ବର୍ଷ ଧରି ଲୁଚି ରହିଥିବା ଜଣେ ଚୋରକୁ ବ୍ରଜରାଜନଗର ରେଳବାଇ ସୁରକ୍ଷା ବଳ (ଆରପିଏଫ) ଗିରଫ କରିବାରେ ସଫଳ ହୋଇଛି। ଗରିଫ ହୋଇଥିବା ଚୋର ଜଣକ ବ୍ରଜରାଜନଗରର ଶ୍ରୀକାନ୍ତ ସୁନା(୩୫) ବୋଲି ଆରପିଏଫ ଅଧିକାରୀ ପୁରୁଷୋତ୍ତମ ତିୱାରୀ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଶ୍ରୀକାନ୍ତ ବ୍ରଜରାଜନଗର ରେଳବାଇ ଅଞ୍ଚଳରୁ ୨୦୦୮ ମସିହା ଡିସେମ୍ବର ୯ରେ ଲୁହା ସାମଗ୍ରୀ ଚୋରୀ କରିଥିଲା। ଏନେଇ ରେଳବାଇ ପୁଲିସ ଜାଣିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କିନ୍ତୁ ଦୀର୍ଘ ୧୩ ବର୍ଷ ଯାଏଁ ଶ୍ରୀକାନ୍ତ ଲୁଚି ରହିବାରେ ସଫଳ ହୋଇଥିଲା। ତେବେ ସେ ପୁଣି ବ୍ରଜରାଜନଗର ଇଏସଆଇଛକସ୍ଥିତ ନିଜ ଘରକୁ ଫେରିଥିବା ଖବର ପାଇ ଆରପିଏଫ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।