କର୍ଣ୍ଣାଟକ: ସରକାରୀ କର୍ମଚାରୀଙ୍କ ଭ୍ରଷ୍ଟାଚର ଦିନକୁଦିନ ବଢ଼ି ଚାଲିଥିବାବେଳେ କର୍ଣ୍ଣାଟକରେ ଏହାର ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। କର୍ଣ୍ଣାଟକ କୁଲବର୍ଗର ଆଣ୍ଟି କରପ୍ସନ ବିଭାଗ ଜଣେ ଜୁନିୟର ପିଡବ୍ଲ୍ୟୁଡି ଇଞ୍ଜିନିୟରଙ୍କ ଘରେ ରେଡ୍ ମାରି ୫୦୦ ଟଙ୍କିଆ ବିଡ଼ା ଏମିତି ଜାଗାରୁ କାଢ଼ିଛନ୍ତି ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି।
ପିଡବ୍ଲ୍ୟୁଡି ଇଞ୍ଜିନିୟର ଲାଞ୍ଚ ନେବା ସମ୍ପର୍କର ଆଣ୍ଟି କରପ୍ସନ ବିଭାଗକୁ ସୂଚନା ମିଳିଥିଲା। ଟିମ୍ ତାଙ୍କ ଘରେ ରେଡ୍ ମାରିବା ପରେ ଘରର ଡ୍ରେନେଜ ପାଇପରୁ ୧୩ ଲକ୍ଷ ଟଙ୍କା ମିଳିଥିଲା। ଆଣ୍ଟି କରପ୍ସନ ଟିମ୍ ଡ୍ରେନରୁ ଟଙ୍କା ଏକତ୍ରିତ କରିବା ପାଇଁ ବାଲଟି ବ୍ୟବହାର କରିଥିଲେ। ଏତେ ମାତ୍ରାରେ ନୋଟ ଥିଲା କି ବାଲଟି ମଧ୍ୟ ପୂର୍ଣ୍ଣ ହୋଇଯାଇଥିଲା। ଟଙ୍କା ସମେତ ସୁନା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।