ସମ୍ବଲପୁର,ଏନ୍ଏନ୍ଏସ୍: ବୁର୍ଲା ଭିମସାର ମେଡିକାଲ କଲେଜରେ ପୁଣି ୧୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୬ଜଣ ଏମବିବିଏସ୍ ଛାତ୍ରଛାତ୍ରୀ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ଆଇସୋଲେଟ କରାଯାଇଛି। ଏନେଇ ଡିନ୍ ପ୍ରଫେସର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି। ଆଜିର ୧୬ଜଣଙ୍କୁ ମିଶାଇ ଭିମସାରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି।