ଆଜି ୧୩ ନୂଆ କରୋନା ପଜିଟିଭ ଚିହ୍ନଟ

ବାରିପଦା,ଏନ୍ଏନ୍ଏସ୍: ଆଜି ମୟୁରଭଞ୍ଜ ଜିଲ୍ଲାରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ଉଦଳା ଏନ୍ଏସିରୁ ୨ ଜଣ ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ  ଆକ୍ରାନ୍ତଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥିସହିତ ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧିପାଇ ୪୮୩ରେ ପହଁଞ୍ଚିଛି। ସେହିପରି ଆଜି ଜିଲ୍ଲାରୁ ୨୦ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଫଳରେ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୩୫୭ ରହିଥିବାବେଳେ ସକ୍ରିୟ ସଂଖ୍ୟା ୧୨୪ ରହିଛି।