ରାୟଗଡ଼ାରୁ ୧୨୯ ପଜିଟିଭ୍ ଚିହ୍ନଟ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ କରୋନା ମହାମାରୀ ଉଗ୍ରରୂପ ନେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହରୀରେ ଆଜି ଜିଲ୍ଲାରୁ ୧୨୯ ଜଣ ପଜିିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନାର ପ୍ରଥମ ଲହରରୀ ମୃତ୍ୟୁହାର କମ ଥିବାବେଳେ ଦ୍ୱିତୀୟ ଲହରୀରେ ଜିଲ୍ଲାରେ ମୃତ୍ୟୁହାର ଅଧିକ ରହିଛି। ଦ୍ୱିତୀୟ ଲହରୀରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୨୧ ଜଣଙ୍କ ମୃତ୍ୟୁ ମିଶାଇ ମୋଟ୍ ୬୮ ଜଣ ମୃତ୍ୟୁବରଣ କଲେଣି । ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସଚେତନର ବାର୍ତ୍ତା ଦେବା ଜୁରରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ଥିବା ୧୧ ଗୋଟି ବ୍ଲକ ମଧ୍ୟରୁ ୧୦ଟି ବ୍ଲକ୍ କରୋନା କବଳରେ ଥିବା ବେଳେ ଚନ୍ଦ୍ରପୁର ବ୍ଲକ କରୋନା ମୁକ୍ତ ରହିଛି। କରୋନାର ଦ୍ୱିତୀୟ ଲହରରେ ଆଜି ଜିଲ୍ଲାରୁ ୧୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ୮୮ ଜଣ ପୁରୁଷ ଥିବାବେଳେ ୪୧ ଜଣ ମହିଳା ଅଛନ୍ତି। ରାୟଗଡ଼ା ପୌରାଞ୍ଚଳରୁ ସର୍ବାଧିକ ୩୭ ଚିହ୍ନଟ ହୋଇଥିବା ବେଳେ ଗୁଡାରୀ ଓ ଗୁଣପୁର ଗ୍ରାମାଞ୍ଚଳରେ ୪ ଜଣ ଲେଖାଏଁ , ରାମନାଗୁଡା ଗୁଡ଼ାରେ ଜଣେ, ରାୟଗଡା ପୌରାଞ୍ଚଳରୁ ୩୭ ଜଣ, ବିଷମକଟକରୁ୮, ଗୁଣପୁର ପୌରାଞ୍ଚଳରୁ ୨୩ , କୋଲନରାରୁ ୨୨, ମୁନିଗୁଡାରୁ ୬ ଏବଂ ପଦ୍ମପୁରରୁ ୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୧୦୯୪୮ ଜଣ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୯୫୪୫ ଜଣ।