ରାମନାଗୁଡ଼ା ତହସିଲ ପକ୍ଷରୁ ୧୨୩ ପରିବାରକୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ

ରାମନାଗୁଡା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ତହସିଲ ଅନ୍ତର୍ଗତ ରାଜସ୍ୱ ବିଭାଗ ପକ୍ଷରୁ ରାମନାଗୁଡ଼ା ଅତିରିକ୍ତ ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆଙ୍କ ଦ୍ୱାରା ରାମନାଗୁଡ଼ା ତହସିଲ ଅନ୍ତର୍ଗତ ଗୋଗୁପାଡୁ ସର୍କଲର ସୌରା ଗୁଡ଼ା, କାଟିକି, ଝାର୍ଲିଙ୍ଗ ଓ କମ୍ପାଦର ଆଦି ଗ୍ରାମର ୧୦୩ ପରିବାରକୁ ଜଙ୍ଗଲ ଜମି ପଟ୍ଟା ବଣ୍ଟା ଯାଇଛି । ସେହିପରି ଗୋରଣ୍ଡା ସର୍କଲର ପିତାଲାମ୍ବୀଙ୍ଗି ଗ୍ରାମର ୨୦ ପରିବାରକୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି ବୋଲି ଅତିରିକ୍ତ ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆ କହିଛନ୍ତି । ଉକ୍ତ ଜଙ୍ଗଲ ଜମି ପଟ୍ଟା ପାଇବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆ, ରାମନାଗୁଡ଼ା ସର୍କଲ ରାଜସ୍ୱ ନିରୀକ୍ଷକ କୈବଲ୍ୟ ପାଢ଼ୀ, ଗୋରଣ୍ଡା ସର୍କଲ ରାଜସ୍ୱ ନିରୀକ୍ଷକ ଅଜିତ କୁମାର ଦାସ, ଅମିନ ସିବାନୀ ରାଉଳ ଓ ଅତିରିକ୍ତ ରାଜସ୍ୱଙ୍କ ଉପସ୍ଥିତିରେ ପଟ୍ଟା ବଣ୍ଟନ କରାଯାଇଥିବାବେଳେ ସମସ୍ତ ରାଜସ୍ୱ ନିରୀକ୍ଷକଙ୍କ ସହିତ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ ।