ହାଇତି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୨୦୦ ଟପିଲା, ଏଯାଏଁ ୨୮୦୦ ଲୋକ ଗୁରୁତର

ହାଇତି,ଏଜେନ୍ସି: ହାଇତିର ଶକ୍ତିଶାଳୀ ଭୂକମ୍ପରେ ସାରା ଦେଶବାସୀଙ୍କୁ ଦୋହଲାଇ ଦେଇଛି। ୭.୨ ତୀବ୍ରତାରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିବାରୁ ଭୂଷୁଡି ପଡିଥିଲା ବଡ ବଡ ଅଟ୍ଟାଳିକା। ଫଳରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଏଯାଏଁ ୧୨୦୦ ଲୋକ ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ଅତିକମରେ ୨୮୦୦ ଲୋକ ଆହତ ବି ହୋଇଛନ୍ତି।

ହାଇତିର ନାଗରିକ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶକ ଜେରୀ ଚାଣ୍ଡେଲ କହିଛନ୍ତି ଅଧିକାଂଶ ଆହତ ଦେଶର ଦକ୍ଷିଣ ପ୍ରାନ୍ତର। ଶନିବାର ଭୂକମ୍ପରେ ଅନେକ ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଭୂସ୍ଖଳନ ହେତୁ ଉଦ୍ଧାର କାର୍ୟ୍ୟରେ ବାଧା ସୃଷ୍ଟି ହୋଇଥିଲା। ଭୂକମ୍ପ ହେତୁ କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇ ହାଇତିର ଲୋକଙ୍କ ଦୁଃଖକୁ ଆହୁରି ବଢାଇଦେଇଛି।

ଆମେରିକାର ଭୂତତ୍ୱ ସର୍ବେକ୍ଷଣ କହିଛି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ପୋର୍ଟ ଆଉ ପ୍ରିନ୍ସଠାରୁ ପ୍ରାୟ ୧୨୫ କିଲୋମିଟର ଦୂରରେ ରହିଛି। ଆସନ୍ତା ସପ୍ତାହ ଆରମ୍ଭରେ ସଙ୍କଟ ଆହୁରି ବିଗିଡି ଯାଇପାରେ। ଭୂକମ୍ପ ପରେ ଦିନରାତି କମ୍ପନ ଅନୁଭୂତ ହୋଇଥିଲା। ଭୂମିହୀନ ଲୋକ ଏବଂ ଯେଉଁମାନଙ୍କର ଘର ଭୁଶୁଡ଼ିଛି। ସେମାନେ ରାସ୍ତାରେ ଖୋଲା ସ୍ଥାନରେ ରାତି କାଟୁଛନ୍ତି।