ନନ୍ଦନକାନନରେ ପୁଣି ଆରମ୍ଭ ହେବ ଜଙ୍ଗଲ ସଫାରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ପାର୍ବଣ ଋତୁ ଆରମ୍ଭକୁ ଦୃଷ୍ଟିରେ ରଖି ନନ୍ଦନକାନନ ପର୍ଯ୍ୟଟକଙ୍କୁ ଦେଲା ନୂଆ ଭେଟି। ଦେଢ଼ ବର୍ଷ ପରେ ସୋମବାରଠୁ ଚାଲିବ ବସ ଜଙ୍ଗଲ ସଫରୀ।

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଚାଲିବ ସଫାରୀ ବସ। ପର୍ଯ୍ୟଟକମାନେ ନନ୍ଦନକାନନର ପଛପଟ ୯ ନମ୍ବର ଗେଟ ସଫାରୀ ବସ ଷ୍ଟାଣ୍ଡ ଠାରେ ଟିକେଟ କାଟି ୪ଟି ସଫାରୀର ମଜା ନେଇପାରିବେ। ପ୍ରଥମେ ୩୪ଟି ସିଟ ବିଶିଷ୍ଟ ୨ଟି ସଫାରୀ ବସକୁ ଚାଲୁ କରାଯିବ। ପ୍ରତି ପର୍ଯ୍ୟଟକଙ୍କ ପାଇଁ ୬୦ ଟଙ୍କା ସଫାରୀ ଟିକେଟ ଧାର୍ଯ୍ୟ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ଉପ ନିର୍ଦେଶକ ଡାକ୍ତର ସଞ୍ଜୀବ କୁମାର।