ରୋହିତଙ୍କୁ ୧୨ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ,ଏଜେନ୍ସି: ରବିବାର ଖେଳାଯାଇଥିବା ଦିନର ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ପରାସ୍ତ ହୋଇଥିବା ବେଳେ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କାର ଜୋରିମାନା ହୋଇଛି। ଏହି ମ୍ୟାଚ୍‌ରେ ରୋହିତଙ୍କ ଦଳ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆବଶ୍ୟକ ସଂଖ୍ୟକ ଓଭର୍ ବୋଲିଂ କରିପାରି ନଥିଲା।

ତେବେ ଏହା ଅଧିନାୟକ ରୋହିତଙ୍କ ପ୍ରଥମ ଭୁଲ୍ ହୋଇଥିବାରୁ ତାଙ୍କୁ କେବଳ ଜୋରିମାନା କରାଯାଇଥିବା ଆଇପିଏଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏଥିସହ ରୋହିତ ୨୦୨୨ ସଂସ୍କରଣର ପ୍ରଥମ ଅଧିନାୟକ ଭାବେ ଜୋରିମାନାର ସମ୍ମୁଖୀନ ହୋଇଛନ୍ତି।