ଗୋହିରା ଡ୍ୟାମର ଗେଟ ଖୋଲିବାରୁ କେନାଲରେ ଭାସିଗଲେ ୧୨

ଦେବଗଡ଼,ଏନ୍‌ଏନ୍‌ଏସ୍‌: ତିଳେଇବଣି ବ୍ଲକ ଅନ୍ତର୍ଗତ ଦୁଧିଆନାଳୀ ପଞ୍ଚାୟତରେ ଥିବା ଗୋହିରା ମଧ୍ୟମ ଜଳସେଚନ ନଦୀବନ୍ଧରେ ବଡ଼ ଅଘଟଣ ଘଟିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଡ୍ୟାମ ଗେଟ ଖୋଲିବାରୁ ଏହା ତଳେ ଥିବା କେନାଲକୁ ଗାଧୋଇବାକୁ ଯାଇଥିବା ଶିଶୁ ଓ ମହିଳାଙ୍କ ସମେତ ୧୨ଜଣ ଭାସି ଯାଇଥିଲେ । ପରେ ଗ୍ରାମବାସୀ ଓ ରିଆମାଳ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ପାଣିରେ ଫସିଥିବା ସମସ୍ତ ବ୍ୟକ୍ତି ଜାମୁନାଲି ଗ୍ରାମର ହୋଇଥିବାବେଳେ ଡ୍ୟାମ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।