ଇଣ୍ଡଷ୍ଟ୍ରୀରେ ଆର୍ଯ୍ୟନଙ୍କୁ ମିଳିଲା ବଡ଼ ବ୍ରେକ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ବଲିଉଡରେ ବଡ଼ ବ୍ରେକ ମିଳିଛି । କିନ୍ତୁ ଅଭିନେତା ନୁହେଁ ଲେଖକ ରୂପେ ଆର୍ଯ୍ୟନ ତାଙ୍କ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଏକ ୱେବ ସିରିଜ ହୋଇଥିବାବେଳେ ଏଥିଲାଗି କଳାକାର ଖୋଜା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ, ଏହି ୱେବ ସିରିଜଟି ବଲିଉଡ ଉପରେ ଆଧାରିତ ହେବ । ଆର୍ଯ୍ୟନ ଖାନଙ୍କ ସହ ଲେଖକ ବିଲାଲ ସିଦ୍ଦିକୀ ମଧ୍ୟ ଏହି ପ୍ରୋଜେକ୍ଟରେ କାମ କରୁଛନ୍ତି । ଆର୍ଯ୍ୟନ ଅଭିନୟ ଅପେକ୍ଷା ନିର୍ଦ୍ଦେଶନା ଓ ଲେଖିବାରେ ଅଧିକ ରୁଚି ରଖନ୍ତି ବୋଲି ଶାହରୁଖ ଅନେକ ଇଣ୍ଟରଭ୍ୟୁରେ କହିଛନ୍ତି । ଆର୍ଯ୍ୟନ ଫିଲ୍ମ ନିର୍ମାତା ହେବା ଲାଗି କାଲିଫର୍ଣ୍ଣୟା ୟୁନିଭର୍ସିଟିରେ ମଧ୍ୟ ପଢ଼ିଛନ୍ତି ।