ବରଗଡ଼ରୁ ପୁଣି ୧୨ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୧୦୯ରେ ପହଂଚିଲା

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ପୁଣି ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହିଳା କରୋନା ଯୋଦ୍ଧା ସମେତ ୪ ଜଣ ମହିଳା ଓ ୭ଜଣ ପୁରୁଷ ସଂକ୍ରମିତ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଯୋଦ୍ଧା ଜଣକ କଟାପାଲି ପିଏଚସିରେ କାର୍ଯ୍ୟରତ ଅଛନ୍ତି । ସେହିପରି ଅନ୍ୟ ଆକ୍ରାନ୍ତମାନେ କଟାପାଲି ଗ୍ରାମର ବୋଲି ଜଣାପଡ଼ିଛିି। ଏଥିସହିତ କେବଳ କଟାପାଲି ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩ରେ ପହଂଚିଛି। ସେମାନଙ୍କ ମଧ୍ୟରୁ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୪୧ଜଣ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ଆଜିର ୧୨ ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛିି। ସେଥିମଧ୍ୟରୁ ୫୭ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୧ଜଣ ବିଭିନ୍ନ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି।