ଝାରସୁଗୁଡ଼ାରେ ଆଜି ପୁଣି ୧୨ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ପୁଣି ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ୧୩୦ ଜଣ ସୁସ୍ଥ ହୋଇଥିବାବେଳେ ୬୧ ଜଣଙ୍କ ଚିକିତ୍ସା ଜାରି ରହିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବ୍ରଜରାଜନଗରରୁ ୮ ଜଣ, ବେଲପାହାଡ଼ ଅଞ୍ଚଳରୁ ୨ ଜଣ ଓ ଝାରସୁଗୁଡାରୁ ୨ ଜଣ ରହିଛନ୍ତି। ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସ୍ୱାବ୍ ଗତ ୧୦ ତାରିଖ ସଂଗ୍ରହ କରାଯାଇଥିଲା। ଆଜି ସେମାନଙ୍କ ରିପୋର୍ଟ ପଜିଟିଭ ଆସିବାପରେ ସେମାନଙ୍କୁ ଝାରସୁଗୁଡାସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।