ମହାରାଷ୍ଟ୍ର ବିଧାନସଭାରୁ ୧୨ ବିଜେପି ବିଧାୟକ ବର୍ଷକ ପାଇଁ ନିଲମ୍ବିତ

ମହାରାଷ୍ଟ୍ର: ମହାରାଷ୍ଟ୍ର ବିଧାନସଭାରୁ ବର୍ଷକ ପାଇଁ ୧୨ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ପ୍ରିଜାଇଡିଂ ଅଫିସରଙ୍କ ସହ ଦୁର୍ବ୍ୟବହାର କରିବା ଯୋଗୁ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ସେମାନେ ହେଲେ ସଞ୍ଜୟ କୁଟେ, ଆଶିଷ ଶେଲାର, ଅଭିମନ୍ୟୁ ପବାର, ଗିରିଶ ମହାଜନ, ଅତୁଲ ଭଟଖଲକର, ପରାଗ ଅଲବଣୀ, ହରିଶ ପିମ୍ପଲେ, ରାମ ସାତପୁତେ, ଜୟକୁମାର ରାବଲ, ୟୋଗେଶ ସାଗର, ନାରାୟଣ କୁଚେ ଓ କୀର୍ତ୍ତି କୁମାର।