ତେଲେଙ୍ଗାନା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଆଗାମୀ ନିର୍ବାଚନ ଲାଗି ବିଆରଏସର ୧୧୫ ପ୍ରାର୍ଥୀଙ୍କ ସୂଚୀ ଜାରି କରିଛନ୍ତି। ଏଥିରେ ୭ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀ କେସିଆର ୨ଟି ସିଟ୍ ଗଜବେଲ ଓ କାମାରେଡ୍ଡୀରୁ ନିର୍ବାଚନ ଲଢ଼ିବେ।
ମୁଖ୍ୟମନ୍ତ୍ରୀ କେସିଆର ଆଗାମୀ ନିର୍ବାଚନରେ ୯୫ରୁ ୧୦୫ ସିଟ ଜିତିବେ ବୋଲି ଭବିଷ୍ୟବାଣୀ କରିଛନ୍ତି । ତେଲେଙ୍ଗାନାର ୧୧୯ ସଦସ୍ୟ ବିଧାନସଭା ପାଇଁ ଚଳିତ ବର୍ଷ ଶେଷରେ ନିର୍ବାଚନ ଅନୁଷ୍ଠିତ ହେବ ।