ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ ବୈଠକରେ ଆମ ଆଦମି ପାର୍ଟି ସାମିଲ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଆମେ ମୁମ୍ବାଇ ଯିବୁ ଏବଂ ଯାହାବି ରଣନୀତି ପ୍ରସ୍ତୁତ ହେବ ସେସମ୍ବନ୍ଧରେ ଅବଗତ କରାଯିବ।
ସୂଚନାଯୋଗ୍ୟ, ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ଅନୁଷ୍ଠିତ ହେବ । ଏଥିରେ ୨୬ରୁ ଅଧିକ ରାଜନୈତିକ ଦଳର ପାଖାପାଖି ୮୦ ନେତା ସାମିଲ ହେବାର ସମ୍ଭାବନା ରହିଛି ।