୧୧୩ ବର୍ଷୀୟା ବୃଦ୍ଧା କରୋନାକୁ କଲେ କ୍ଲିନବୋଲ୍ଡ

ନୂଆଦିଲ୍ଲୀ: ସାର୍ସ, ସ୍ୱାଇନ ଫ୍ଲୁଠାରୁ ବି କରୋନା ଭାଇରସ ଅଧିକ ବିପଦଜନକ। ଦୁନିଆର ଲକ୍ଷାଧିକ ଲୋକ ଏଥିରେ ପ୍ରାଣ ହରାଇଥିବାବେଳେ ସ୍ପେନର ଜଣେ ୧୧୩ ବର୍ଷୀୟା ବୃଦ୍ଧା କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି। ଏହି ବୃଦ୍ଧା ଜଣଙ୍କର ନାମ ହେଲା ମାରିୟା ବ୍ରାୟସ। ମାରିଆ ହେଉଛନ୍ତି କରୋନାକୁ ମାତ ଦେଇଥିବା ବିଶ୍ୱର ସବୁଠୁ ଅଧିକ ବୟସ୍କା ବୃଦ୍ଧା।

ସୂଚନାନୁଯାୟୀ, ମାରିଆ ଏକ ରିଟାର୍ୟମେଣ୍ଟ କେୟାର ସେଣ୍ଟରରେ ରହୁଥିଲେ ଯେଉଁଠି ସେ ସଂକ୍ରମଣର ଶିକାର ହୋଇଥିଲେ। ସେ କିଛି ସପ୍ତାହରୁ ହୋମ୍ ଆଇସୋଲେସନରେ ରହିଥିଲେ। ମାରିଆଙ୍କୁ ଦେଖାଶୁଣା କରିବା ପାଇଁ ଜଣେ ସ୍ୱାସ୍ଥ୍ୟ କର୍ମଚାରୀ ରହିଥିଲେ। ଠିକ୍ ହେବାପରେ ଡାକ୍ତର ଓ ତାଙ୍କୁ ଦେଖାଶୁଣା କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ମାରଆ ପୂର୍ବରୁ ସ୍ୱାଇନ ଫ୍ଲୁକୁ ମଧ୍ୟ ମାତ ଦେଇଥିଲେ। ଜଣେ ସ୍ଥାନୀୟ ମହିଳା କହିଛନ୍ତି କି, ଏହି କେୟାର ସେଣ୍ଟରରେ କରୋନାରେ ସଂକ୍ରମିତ ହୋଇଥିବା ଅନେକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ମାରିଆ ଆରୋଗ୍ୟ ଲାଭ କରିଛନ୍ତି।