୧୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଆଇନ ଭାବେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ସରବାହାଲ ଛକ ନିକଟରେ ୨ଜଣ ଅଭିଯୁକ୍ତ ପୁଲିସ ହାତରେ ଧରା ପଡ଼ିଛନ୍ତି। ପୁଲିସ ସେମାନଙ୍କ ନିକଟରୁ ୧୦କେଜି ୨ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବ୍ରଜରାଜନଗର ବୁନ୍ଦିଆ କୋଲନୀର ଜିତେନ୍ଦ୍ର ଧଳ ଏବଂ ସମ୍ବଲପୁର ରେଙ୍ଗାଲିର ରଞ୍ଜିତ କୌମ ବୋଲି ଝାରସୁଗୁଡ଼ା ଟାଉନ ଥାନା ଅଧିକାରୀ ସାବିତ୍ରୀ ବଳ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ସରବାହାଲ ନିକଟରେ ପୁଲିସର ଯାନବାହନ ଯାଞ୍ଚ ସମୟରେ ଜିତେନ୍ଦ୍ର ଓ ରଞ୍ଜିତ ଏକ ହିରୋ ଆଇ ସ୍ମାର୍ଟ(ଓଡି୨୩ବି୦୫୨୬)ଗାଡ଼ିରେ ଗଞ୍ଜେଇ ନେଇ ସମ୍ବଲପୁର ପଟେ ଯାଉଥିଲେ। ପୁଲିସ ସେମାନଙ୍କଠାରେ ୨ଟି ବ୍ୟାଗ ଦେଖି ସନ୍ଦେହପୂର୍ବକ ରୋକି ଯାଞ୍ଚ କରିଥିଲା। ଏହି ସମୟରେ ବ୍ୟାଗ ଭିତରେ ଗଞ୍ଜେଇ ମିଳିବାରୁ ପୁଲିସ ଗଞ୍ଜେଇ ଓ ମୋଟର ସାଇକେଲକୁ ଜବତ କରିଛି। ଏହାସହ ଜିତେନ୍ଦ୍ର ଓ ରଞ୍ଜିିତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।