ମାର୍ଚ୍ଚ ୧ରୁ ସରକାରୀ ହସ୍ପିଟାଲରେ ମାଗଣାରେ ମିଳିବ ଟିକା

ନୂଆଦିଲ୍ଲୀ: ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପରେ ଏବେ ବୟସ୍କଙ୍କୁ କରୋନା ଟିକା ଦିଆଯିବା ନେଇ ମୋଦୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟିକା ପ୍ରଦାନ କରାଯିବ। ଅନ୍ୟ ରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ମଧ୍ୟ ଟିକା ଲଗାଯିବ। ଏଥିସହିତ ୧୦ ହଜାରରୁ ଅଧିକ ସରକାରୀ କେନ୍ଦ୍ର ଓ ୨୦ ହଜାରରୁ ଉର୍ଦ୍ଧ ଘରୋଇ ହସ୍ପିଟାଲରେ ଟିକା ଦିଆଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ପ୍ରଦାନ କରିଛନ୍ତି। ସରକାରୀ ହସ୍ପିଟାଲରେ ଟିକାକରଣ ମାଗଣାରେ ହେବ। କିନ୍ତୁ ଘରୋଇ ହସ୍ପିଟାଲ କିମ୍ବା ସେଣ୍ଟରରେ ଟିକା ଲଗାଇଲେ ଟଙ୍କା ଦେବାକୁ ପଡ଼ିବ ବୋଲି ଜାଭଡେକର କହିଛନ୍ତି।