୧୦୦୦ କୋଟିର ହେରୋଇନ ଜବତ, ୨ ଗିରଫ

ନୂଆଦିଲ୍ଲୀ,ଏଜେନ୍ସି: ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀମାନେ ଶୁକ୍ରବାର ଚେନ୍ନାଇ ସହରରୁ ଦୁଇଜଣ ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ କ୍ୱିଣ୍ଟାଲ ହେରୋଇନ ଜବତ କରିଛନ୍ତି। ଆନ୍ତର୍ଜାତିକ ମାର୍କେଟରେ ଏହାର ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଶ୍ରୀଲଙ୍କାରେ କାର୍ଯ୍ୟ କରୁଥିବା ଏହି ରାକେଟର ଚେର ମାଳଦ୍ୱୀପ, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପୀଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ୨୦୨୦ ନଭେମ୍ବରରେ ଭାରତ ଓ ଶ୍ରୀଲଙ୍କା ନୌବାହିନୀର ମିଳିତ ଉଦ୍ୟମରେ ଟୁଟିକୋରିନ ବନ୍ଦରରେ ଲଙ୍ଗର ପକାଇଥିବା ଏକ ଶ୍ରୀଲଙ୍କା ଜାହାଜରୁ ୯୬ କିଗ୍ରା ହେରୋଇନ ଓ ୧୮ କିଗ୍ରା ମେଥାମଫେଟାମାଇନ ଜବତ କରାଯାଇଥିଲା ଓ ଉକ୍ତ ଜାହାଜର ୬ ନାବିକଙ୍କୁ ଗିରଫ କରାଯାଇଥିଲା।