ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପାଇଁ ହଜାରେରୁ ଉର୍‌ଦ୍ଧ୍ୱ ପିଲା ତିଆରି କଲେ ଡଙ୍ଗା

କଟକ,ଏନ୍‌ଏନ୍‌ଏସ୍‌: କଟକର ବାରବାଟି ଷ୍ଟାଡିୟମରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପାଇଁ ହଜାରେରୁ ଉର୍‌ଦ୍ଧ୍ୱ ପିଲା ଡଙ୍ଗା ତିଆରି କରିଛନ୍ତି । ଫଳରେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ୱର୍ଣ୍ଣ ଅକ୍ଷରରେ କଟକର ନାମ ଲିପିବଦ୍ଧ ହୋଇଛି। ୨,୧୨୧ ପିଲା ମାତ୍ର ୨୫ ମିନିଟରେ ୨୩ ହଜାର କାଗଜ ଡଙ୍ଗା ତିଆରି କରିଥିବା ଜଣାପଡ଼ିଛି । ବାଲିଯାତ୍ରାକୁ ବିଶ୍ୱ ଦରବାରରେ ସ୍ଥାନିତ କରିବା ପାଇଁ ଏହା ବେଶ୍ ସହଯୋଗ କରିବ । ଏଥିସହିତ ଐତିହାସିକ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିବା ଯୋଗୁ ୧୭ରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ।