ଫେବୃଆରୀ ୧ରୁ ପୂର୍ଣ୍ଣ କ୍ଷମତା ସହ ଖୋଲିବ ସିନେମା ଘର

ନୂଆଦିଲ୍ଲୀ: ସମଗ୍ର ଦେଶରେ ଫେବୃଆରୀ ୧ରୁ କରୋନା ନିୟମ ଅନୁସାରେ ପୂର୍ଣ୍ଣ କ୍ଷମତା ସହ ସିନେମା ଘର ଖୋଲିବାକୁ ଯାଉଛି। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ମାନକ ସଞ୍ଚାଳନ ପ୍ରକ୍ରିୟାକୁ ଜାରି କରିବାକୁ ଯାଇ ଟିକଟର ଡିଜିଟାଲ ବୁକିଂ ଏବଂ ଭିନ୍ନ ଭିନ୍ନ ସମୟରେ ଶୋ’ର ଆୟୋଜନ କରାଯିବ।

ଜାଭଡେକର କହିଛନ୍ତି ଯେ, ‘ସମସ୍ତଙ୍କ ପାଇଁ ଏକ ଭଲ ଖବର। ଫେବୃଆରୀରୁ ଲୋକେ ସିନେମା ଘରେ ଫିଲ୍ମ ଦେଖିପାରିବେ। କାରଣ ଆମେ ଫେବୃଆରୀ ୧ରୁ ପୂର୍ଣ୍ଣ କ୍ଷମତା ସହ ସିନେମା ଘର ଖୋଲିବାକୁ ଅନୁମତି ଦେଉଛୁ। ଯଥାସମ୍ଭବ ଅନଲାଇନରେ ଟିକେଟ ବୁକିଂ କରିବାକୁ ଅନୁରୋଧ କରୁଛୁ। ସ୍ୱଚ୍ଛତା ଓ କୋଭିଡ ୧୯ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ନିତ୍ୟାନ୍ତ ଜରୁରୀ।’