କାନ୍ଥ ଭୁଶୁଡ଼ି ୧୦ ବର୍ଷୀୟ ଶିଶୁ ପୁତ୍ରର ମୃତ୍ୟୁ

ଦିଗପହଣ୍ଡି,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଗୌଡ଼ଗାଁ ପଞ୍ଚାୟତ ଅଞ୍ଚଳର ବଜ୍ରଗୁମା ଗାଁରେ ଏକ ମାଟିଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଜଣେ ୧୦ ମାସ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ସେହିପରି ଏଥିରେ ପରିବାରର ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ମୃତ ବାଳକ ହେଉଛି ସତ୍ୟ ନାୟକ।

ଏହି ଘଟଣାରେ ମୃତ ଶିଶୁର ବାପା ୩୦ ବର୍ଷିୟ ସନ୍ତୋଷ ନାୟକ, ୨୫ ବର୍ଷୀୟ ମାଆ ବନୀତା, ୬୫ ବର୍ଷୀୟ ଜେଜିମା ରାହାସ ଏବଂ ୫ ବର୍ଷୀୟ ଭଉଣୀ ପ୍ରିୟଙ୍କା। ଲଘୁଚାପ ପ୍ରକୋପରୁ ଅନବରତ ବର୍ଷା ଯୋଗୁଁ ସେମାନେ ଶୋଇଥିବା ମାଟିଘରର କାନ୍ଥ ବତୁରି ଯାଇଥିଲା ଏବଂ ରାତି ପ୍ରାୟ ୪: ୩୦ରେ ତାହା ଭାଙ୍ଗି ସେମାନଙ୍କ ଉପରେ ପଡ଼ିଯାଇଥିଲା।

ଘଟଣାସ୍ଥଳରେ ସତ୍ୟର ମୃତ୍ୟୁ ଘଟିଥିଲା। ଗାଁ ଲୋକେ ଆହତମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଇଛନ୍ତି।