ନଳକୂଅରେ ଫସିଗଲା ୨ବର୍ଷୀୟ ବାଳକ, ଉଦ୍ଧାର କାର୍ଯ୍ୟ ଜାରି

ତାମିଲନାଡୁ,ଏଜେନ୍ସି: ତାମିଲନାଡୁ ରାଜ୍ୟର ତିରୁଚିରାପ୍ପଲ୍ଲୀ ଜିଲ୍ଲାର ନାଡୁକାଟ୍ଟୁପଟ୍ଟି ଠାରେ ଜଣ ୨ବର୍ଷୀୟ ବାଳକ ଏକ ୨୫ ଫୁଟ୍‌ ଗଭୀର ନଳକୂପ ଭିତରେ ଖସିପଡ଼ିଛି। ତେବେ ଉଦ୍ଧାରକ କାର୍ଯ୍ୟ ଜାରି ରହିଥିବା ବେଳେ ଏହାକୁ ୧୫ ଘଣ୍ଟା ବିତି ଯାଇଛି। ୨ବର୍ଷୀୟ ସୁଜିତ ଓ୍ଵିଲ୍‌ସନ୍‌ଙ୍କୁ ଉଦ୍ଧାର କାର୍ଯ୍ୟ ଚାଲୁଛି।

ପ୍ରଥମେ ୩୦ ମିଟର ତଳକୁ ଖସି ଯାଇଥିବା ସୁଜିତ ଏବେ ଆହୁରି ତଳକୁ ଖସି ୭୦ ମିଟର ଗଭୀରକୁ ଚାଲିଯାଇଥିବାରୁ ଉଦ୍ଧାର କାର୍ୟ୍ୟରେ ବାଧା ଉପୁଜିଛି। ଖବର ପାଇବା କ୍ଷଣି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସୁଜିତ ପାଖରେ ପହଞ୍ଚିବାକୁ ଆର୍ଥମୋଭର୍‌ ସହାୟତାରେ ବୋରୋଓ୍ଵଲ୍‌ ପାଖରେ ଅନ୍ୟ ଏକ ଗର୍ତ୍ତ ଖୋଳିଛନ୍ତି।

୧୦ ଫୁଟ୍‌ ଖୋଳିବା ପରେ ପଥର ପଡ଼ିବାରୁ ଅଗ୍ନିଶମ ଦଳ ଖୋଳା ବନ୍ଦ କରିଛନ୍ତି। ସନ୍ଧ୍ୟା ପ୍ରାୟ ୫ଟା ବେଳେ ବାସଭବନ ବାହାରେ ଖେଳାଖେଳି କରୁଥିବା ବେଳେ ପିଲାଟି କୂପରେ ପଡ଼ିଯାଇଥିଲା।