ବାରିପଦା,ଏନ୍ଏନ୍ଏସ୍: ଆଜି ମୟୂରଭଞ୍ଜ ଜିଲ୍ଲାରୁ ପୁଣି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କପ୍ତିପଦାରୁ ଜଣେ, ବେତନଟୀରୁ ଜଣେ, ବିଜାତଳାରୁ ୨ ଜଣ, ବିଶୋଇରୁ ୨ ଜଣ ଓ ଜାମଦା ବ୍ଲକରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସଂଗରୋଧ କେନ୍ଦ୍ରରୁ ୨ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ଏମାନେ କର୍ଣ୍ଣାଟକ ଓ ଦିଲ୍ଲୀରୁ ଫେରିଥିଲେ।
ଜାମଦା ବ୍ଲକ ଅଞ୍ଚଳର ୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରର ବେତନଟୀ ବ୍ଲକ ଅଞ୍ଚଳର ଜଣେ ଅଧିବାସୀଙ୍କ ସଂସ୍ପର୍ଶରେ ୩ ଜଣ ଆସିଥିବା ଜଣାପଡ଼ିଛି। ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କୁ କୋଭିଡ଼ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଆଜିକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୩୨୭ରେ ପହଞ୍ଚି ଥିବା ସମୟରେ ସକ୍ରିୟ ସଂଖ୍ୟା ୧୦୫, ସୁସ୍ଥ ସଂଖ୍ୟା ୨୨୦ ଏବଂ ମୃତ୍ୟୁ ସଂଖ୍ୟା ୨ ଥିବା ଜଣାପଡ଼ିଛି।