Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୫ଦିନରେ ସମସ୍ତ ଅରଟିଓକୁ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୫ଦିନରେ ସମସ୍ତ ଅରଟିଓକୁ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆ ଏମ୍‌ଭିଆଇ ଆକ୍ଟ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓ କାର୍ଯ୍ୟାଳୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ଏହାର ସୁଯୋଗ ନେଇ ଦଲାଲମାନେ ସକ୍ରିୟ ହୋଇ ଉଠିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଦିନ ମଧ୍ୟରେ ସମସ୍ତ ଅରଟିଓ ଅଫିସକୁ ଦଲାଲ ମୁକ୍ତ କରିବାକୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରୁ ଭିଡିଓ କନଫରେନ୍ସଂ ଜରିଆରେ ବିଭିନ୍ନ ଅଞ୍ଚଳର ଜିଲ୍ଲାପାଳ, ଏସ୍ପି ଓ ଆରଟିଓମାନଙ୍କ ସହିତ ଆଲୋଚନା କରଛନ୍ତି। ଏହି ଅବସରରେ ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବା ଓ ସଚେତନତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।

ସେହିପରି ଆରଟିଓ କାର୍ଯ୍ୟାଳୟ ସହିତ ଡାକ୍ତରଖାନାରେ ମଧ୍ୟ ଏମାନେ ସକ୍ରିୟ ହୋଇଛନ୍ତି । ତେବେ ଲୋକଙ୍କୁ ଠକି ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି । ଲାଇସେନ୍ସ ପାଇଁ ବ୍ଲଡ୍‍ ଗ୍ରୁପ୍ ରିପୋର୍ଟ ଓ ଡାକ୍ତରୀ ଫିଟ୍‌ନେସସାର୍ଟିଫିକେଟ୍‌ର ଆବଶ୍ୟକତା ରହିଛି । ତେଣୁ ଡାକ୍ତରଖାନାରେ ବେଶୀ ପରିମାଣରେ ଦଲାଲ ସକ୍ରିୟ ଅଛନ୍ତି ।

ବଲାଙ୍ଗିର ପୁଲିସ ଗୁରୁବାର ଉଭୟ ସ୍ଥାନରେ ଚଢ଼ଉ କରି ୧୦ଜଣ ଦଲାଲଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୫ ଜଣ ଯୁବତୀ ଅଛନ୍ତି । ଯୁବତୀମାନଙ୍କୁ ହସ୍ପିଟାଲରୁ ଗିରଫ କରାଯାଇଥିବାବେଳେ ୫ ଯୁବକଙ୍କୁ ଆରଟିଓ କାର୍ଯ୍ୟାଳୟରୁ ଗିରଫ କରାଯାଇଛି । ଗିରଫମାନଙ୍କ ନାଁରେ ଠକେଇ ଉଦ୍ୟମ ମାମଲା ରୁଜୁ କରାଯାଇଛି ।