ତୀର୍ଥଯାତ୍ରୀ ବସ ଓଲଟି ୧ ମୃତ, ୧୨ ଆହତ

ନୟାଗଡ଼,ଏନ୍ଏନ୍ଏସ୍: ଖଣ୍ଡପଡା-ନୟାଗଡ଼ ରାସ୍ତା କଇଥପଲ୍ଲୀ ଠାରେ ଯାତ୍ରୀବାହୀ ମିନି ବସ ଦୁର୍ଘଟଣା ଘଟିଛି । ଆହତ ମାନଙ୍କୁ ଚିକିତ୍ସା ପାଇଁ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଖଣ୍ଡପଡା ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ କରିଥିଲେ । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରୁ ଏକ ଯାତ୍ରୀବାହୀ ମିନି ବସରେ ୩୦ରୁ ଅଧିକ ଯାତ୍ରୀ କଣ୍ଟିଲୋ ନୀଳମାଧବ ଦର୍ଶନ କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏହି ବସଟି ଓଲଟି ପଡିଥିଲା । ମୃତକ ତୀର୍ଥଯାତ୍ରୀ ଜଣକ ବ୍ରହ୍ମପୁର ସିନ୍ଦରପୁର ଗାଁର ୫୫ ବର୍ଷିୟ ରାମଚନ୍ଦ୍ର ରଣା ବୋଲି ସୂଚନା ମିଳିଛି ।