ମହିଳାଙ୍କୁ ଗୁଳି କରି ହତ୍ୟା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ସହର ସ୍ଥିତ ସାରସମାଲ ରୋହିଦାସ ପଡାରେ ଜଣେ ମହିଳା ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତ ମହିଳା ଜଣକ ହେଲେ କନକ ରୋହିଦାସ(୩୫) । ମୃତକଙ୍କ ସ୍ୱାମୀ ଓ ୨ଟି ସନ୍ତାନ ଥିବା ସୂଚନା। ତେବେ ଘଟଣା ସ୍ଥଳରେ ଝାରସୁଗୁଡ଼ା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।

ଗତକାଲି ରାତି ପ୍ରାୟ ୨ ଟା ରେ ମହିଳାଙ୍କ ସ୍ୱାମୀ ଓ ଛୁଆ ମାନେ ସୋଇ ଥିବା ବେଳେ ସେ ଘର ବାହାରକୁ ବାହାରି ଥିଲେ । ଏହି ସମୟରେ କେହି ଜଣେ ତାଙ୍କୁ ଗୁଳି କରି ଫେରାର ହୋଇ ଯାଇ ଥିଲା । ମହିଳା ଜଣକ ବହୁ ସମୟ ଧରି ଘରକୁ ନା ଫେରିବାରୁ ତାଙ୍କ ସ୍ୱାମୀ ଖୋଜିବାକୁ ବାହାରି ଥିଲେ । ସ୍ତ୍ରୀ କୁ କେହି ଜଣେ ହତ୍ୟା କରି ଥିବା ଦେଖି ସେ ଥାନା ରେ ଅଭିଯୋଗ କଲ ପରେ ପୁଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ ଆରମ୍ଭ କରିଛି । ହତ୍ୟାର କାରଣ ଏ ଯାଏ ଜଣା ପଡି ନାହିଁ।